Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

#କବିତାୟନ

SEE WINNERS

Share with friends

କବିତାର ସଂଜ୍ଞାକୁ ବାନ୍ଧି ରଖିଲା ଭଳି ଭାଷା ନାହିଁ । କବିତାକୁ କେବଳ ହୃଦୟରେ ଅନୁଭବ କରିହୁଏ । ଜୀବନ ସହିତ କବିତାର ରହିଛି ଖୁବ ନିବିଡ଼ ସମ୍ପର୍କ । ସେଇଥି ପାଇଁ ତ ସଭ୍ୟତାର ଆରମ୍ଭ କାଳରୁ ମଣିଷ ମନରେ କବିତା ପ୍ରତି ରହିଆସିଛି ମୋହ । ଅବଶ୍ୟ ସମୟ ଅନୁସାରେ କବିତାର ପରିପାଟି, ଗାଠନିକ ରୂପରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରେ । ତଥାପି କବିତାର ଅନ୍ତଃସ୍ୱର ସର୍ବଦା ଅପରିବର୍ତ୍ତିତ । 

ତେବେ ଷ୍ଟୋରିମିରର୍ ଆପଣଙ୍କ ପାଇଁ ଏ ପ୍ରତିଯୋଗିତା ମାଧ୍ୟମରେ ଏକ ଅଭିନବ କବିତା ଲିଖନ ଧାରାର ପ୍ରଚଳନ କରିବାକୁ ଯାଉଛି । ଯାହା ଦ୍ୱାରା ଆପଣମାନଙ୍କ କବିତା ଲିଖନ ଧାରାରେ ଏକ ନୂତନତା ପରିଲକ୍ଷିତ ହେବ । ଆମ ଆଶା ଏହା ଆପଣଙ୍କ କବିତା ଲିଖନର ଧାରାକୁ ଆହୁରି ଆଗକୁ ବଢ଼େଇବାରେ ସାହାର୍ଯ୍ୟ କରିବ ।

ଏହି ପ୍ରତିଯୋଗିତାରେ ଆମକୁ ସହଯୋଗର ହାତ ବଢ଼େଇଥିବା 'କବିତା ମିନାର ବଡ଼ମ୍ବା, କଟକ' ସାହିତ୍ୟ ସଂଘର ମୁଖ୍ୟ ସମ୍ପାଦକ ଶ୍ରୀ ମୃତ୍ୟୁଞ୍ଜୟ ସାହୁ, ସମ୍ପାଦକ ଶ୍ରୀ ସାଗର କୁମାର ପରିଡ଼ା, ସହ ସମ୍ପାଦକ ଶ୍ରୀ ଅନାମ ଚରଣ ସାହୁ ମହୋଦୟଙ୍କୁ ଆମ ପରିବାର ତରଫରୁ ଶେଷ କୃତଜ୍ଞତା ।  

ନୀତିନିୟମ :

  • କେବଳ କବିତା ହିଁ ଗ୍ରହଣୀୟ । 
  • ଏହି ପ୍ରତିଯୋଗିତାରେ କୌଣସି ବିଷୟ ଦିଆଯାଉ ନାହିଁ । ଆପଣ ନିଜସ୍ୱ ବିଷୟ ଚୟନ କରିପାରିବେ ।
  • ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଏକମାସ ପର୍ଯ୍ୟନ୍ତ ଚାଲୁରହିବ । 
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ପ୍ରବନ୍ଧ ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

  • ସମୁଦାୟ ୩୦ଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 500ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମୁଦାୟ ୧୫ଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 250ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଯୋଗ୍ୟତା : 

ସମୟସୀମା - ଅକ୍ଟୋବର ୦୪ ରୁ ନଭେମ୍ବର ୨, ୨୦୨୦

ଫଳାଫଳ - ନଭେମ୍ବର, ୨୦୨୦

ଭାଷା - ଓଡ଼ିଆ

ବିଭାଗ - କବିତା

ଯୋଗାଯୋଗ - odia@storymirror.com